ପାର୍ବଣରେ ପରିବା ବଜାରରେ ନିଆଁ, ଟମାଟୋ ଦର ଶୁଣି ଗ୍ରାହକ ଛାନିଆ

ଭୁବନେଶ୍ୱର : ପାର୍ବଣ ବେଳେ ପରିବା ଦର ବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକେଇଛି । ପୁଣି ଥରେ ସମାନ ସ୍ଥିିତି ଦେଖିବାକୁ ମିଳିଛି । ସେଞ୍ଚୁରୀ ମାରିଛି ଟମାଟୋ । କେବଳ ଟମାଟୋ ନୁହେଁ ବରଂ ଅନ୍ୟ ପନିପରିବା ଯେମିତି କି ପିଆଜ ଦର ମଧ୍ୟ ବଢ଼ିବାରେ ଲାଗିଛି । ପାର୍ବଣ ବେଳେ ଆକାଶଛୁଆଁ ପରିବା ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଅନ୍ୟ ପରିବା ଦର ମଧ୍ୟ ୮୦ରୁ ୯୦ ଟଙ୍କା ରହିଛି । ପରିବା ବଜାରକୁ ଯିବା ପାଇଁ ଲୋକ ଡରୁଛନ୍ତି । ହଜାରେ ଟଙ୍କାରେ ବି ପୁରୁନି ବ୍ୟାଗ୍ ।

ଦୀର୍ଘ ୧୫ ଦିନ ହେବ ଦର ଆକଶ ଛୁଆଁ ରହିଛି। ବାଇଗଣ ୬୦ରୁ ୮୦ , ପୋଟଳ ୮୦, ଭେଣ୍ଡି ୮୦, ବିନ୍ ୮୦ରୁ ୧୦୦, ଝୁଡ଼ଙ୍ଗ ୬୦, କଖାରୁ ୪୦ ଓ କାଙ୍କଡ଼ କିଲୋ ୧୨୦ ଟଙ୍କା ରହିଛି। ସ୍ଥାନୀୟ ଅଞ୍ଚଳରେ ପରିବା ନଥିବାରୁ ବାହାର ପରିବା ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏଭଳି ସ୍ଥିତି ହୋଇଥିବା କହିଛନ୍ତି ବ୍ୟବସାୟୀ ସଂଘ। ପିଆଜ, ଆଳୁ, ଅଦା ଓ ରସୁଣରେ ମଧ୍ୟ ଲଗାମ ନାହିଁ। ଲୋକମାନେ କେଜିଏ ଜାଗାରେ ଲୋକମାନେ ଅଢ଼େଇ ଶହ ପରିବା କିଣୁଛନ୍ତି । ହୁ ହୁ ହୋଇ ଦର ବଢିଚାଲିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like