ହାଣ୍ଡିଶାଳକୁ ମହଙ୍ଗା ମାଡ଼, ଆକାଶଛୁଆଁ ଏବେ ପରିବା ଦର

କେନ୍ୟୁଜ୍: ଲଗାମ ବାହାରେ ପରିବା ଦର । ବହୁ ପନିପରିବାର ଦର ଏବେ ୪୦ ଟଙ୍କାରୁ ଆରମ୍ଭ କରି ୬୦ ଟଙ୍କା ଉପରେ ରହିଛି । ବାହର ରାଜ୍ୟରୁ ପରିବା ଆମଦାନ ହେଉଥିବାରୁ ଏଭଲି ପରିସ୍ଥିତ ସୃଷ୍ଟି ହୋଇଛି । ଫନି ବାତ୍ୟା କାରଣରୁ ରାଜ୍ୟରୁ ଲୋକାଲ ପରିବା ବଜାରକୁ ଆସିବା ବନ୍ଦ ହୋଇଯାଇଛି । ସେପଟେ ପରିବା ଦର ବୃଦ୍ଧି ମଧ୍ୟ ଗ୍ରହାକଙ୍କ ଚିନ୍ତା ବଢାଇଛି । ପୋଟଳ, ଟମାଟୋ, କଲରା, ଭେଣ୍ଡି ଆଦି ୪୦ ଟଙ୍କା ଏବଂ ବାଇଗଣ ଦର ୬୦ ଉପରେ । ଇଏତ ଥିଲା ବଡ଼ ମାର୍କେଟ୍‌ର ଦରଦାମ୍‌ । ଖୁଚୁରା ମାର୍କେଟ୍‌ରେ ଦର ଏହାଠୁ ଢେର୍‌ ଅଧିକ । ଚାଷୀର ପରିବା ଚାଷକୁ ସମ୍ପୂର୍ଣ୍ଣ କ୍ଷତି ପହଞ୍ଚାଇଛି । ଫଳରେ ବଜାରକୁ ଆସିପାରୁନି ଚାହିଦା ମୁତାବକ ପନିପରିବା । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ବାହାର ରାଜ୍ୟରୁ ପରିବା ଆମଦାନୀ କରୁଛନ୍ତି । ଫଳରେ ଚଢ଼ା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବ୍ୟବସାୟୀ ।

marketତେବେ ସାଧାରଣରେ ପ୍ରଶ୍ନ ଉଠୁଛି ବାରମ୍ବାର ପରିବା ଦର ବୃଦ୍ଧି ପାଉଥିବା ବେଳେ, କାହିଁକି ଏଥିପାଇଁ ସ୍ଥାୟୀ ପ୍ରତିକାର କରାଯାଇ ପାରୁନି । ତେବେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଚାଷୀର ଉତ୍ପାଦନ ବଢ଼ିବା ସହ ଅଗଷ୍ଟ ମାସରୁ ବଜାରକୁ ପର‌୍ୟ୍ୟାପ୍ତ ପରିବା ଆସିବ ବୋଲି କହିଛନ୍ତି ବ୍ୟବସାୟୀ ସଙ୍ଘର ସଭାପତି । ଦେଶରେ ପରିବା ଉତ୍ପାଦନରେ ଓଡିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ହେଲେ ଆବଶ୍ୟକୀୟ କୋଲ୍ଡ ଷ୍ଟୋରେଜ୍‌ ନଥିବାରୁ ସେସବୁକୁ ସାଇତା ଯାଇପାରୁନି । ଫଳରେ ଚାଷୀ କ୍ଷତି ସହୁଥିବା ବେଳେ ଗ୍ରାହକ ହେଉଛନ୍ତି ହନ୍ତସନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.