ହାଣ୍ଡିଶାଳକୁ ମହଙ୍ଗା ମାଡ଼, ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ପନିପରିବା ଦର

କେନ୍ୟୁଜ୍ : ହାଣ୍ଡିଶାଳକୁ ମହଙ୍ଗା ମାଡ଼। ପିଆଜ ସମେତ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ପନିପରିବା ଦର। ପିଆଜ କିଲୋ ୮୦ ଛୁଇଁଛି । ଆଗକୁ ୧୦୦ଟଙ୍କା ବଢିବା ଆଶଙ୍କା କରାଯାଉଛି। କେନ୍ଦୁଝର ଜିଲ୍ଲା ଘଟଗାଁରେ ପରିବା ଦର ବୃଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକ। ବିଭିନ୍ନ ପନିପରିବା ଦର ୫୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ରହୁଛି। ବାଇଗଣ ୬୦ରୁ ୭୦, ବିଲାତି ୪୦ରୁ ୫୦, କୋବି ୬୦ରୁ ୮୦, ପୋଟଳ ୬୦ ଟଙ୍କାରେ ବିକ୍ରି ହେଉଛି। ପରିବା ଦର ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.