ରାଜ୍ୟରେ ଆକାଶଛୁଆଁ ପରିବା ଦର: ବଢିଛି ଅତ୍ୟାବଶ୍ୟକ ଆଳୁ, ପିଆଜ ଦର

ଭୁବନେଶ୍ବର: ରାଜ୍ୟରେ ଆକାଶଛୁଆଁ ପରିବା ଦର। ବର୍ଷା ପାଇଁ ପରିବା ଦର ବଢିଥିବା ବେଳେ ଅତି ଆବଶ୍ୟକ ଆଳୁ, ପିଆଜର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମବଙ୍ଗରେ ଟ୍ରକ ଧର୍ମଘଟ ଫଳରେ ଅଚାନକ ଆଳୁ, ପିଆଜ ଦର ବୃଦ୍ଧି ପାଇଛି। ପିଆଜ ୩୦ଟଙ୍କା ଛୁଇଁଥିବା ବେଳେ ଆଳୁ ମଧ୍ୟ ୧୫ଟଙ୍କାରେ ପହଞ୍ଚିଛି। ବାଇଗଣ, ଭେଣ୍ଡି, ପୋଟଳ, କଲରା, ଟମାଟୋ ଦର ମଧ୍ୟ ଅଧିକ ରହିଛି। ମହାରାଷ୍ଟ୍ରର ନାସିକରେ ବନ୍ୟା ସ୍ଥିତି ଉପୁଜିଥିବାରୁ ପିଆଜ ଚାଷୀ ପ୍ରଭାବିତ ହୋଇଛନ୍ତି। ଫଳରେ ସେଠାରେ ମଧ୍ୟ ପିଆଜର ପାଇକାରୀ ଦର ବୃଦ୍ଧି ପାଇଛି। ପିଆଜ ଆମଦାନୀ କମିଥିବାରୁ ଦର ବୃଦ୍ଧି ପାଇଛି। ତେବେ ରାଜ୍ୟ ଖାଉଟି ବିଭାଗ ସତର୍କ ନରହିଲେ ଦରବୃଦ୍ଧି ଖାଉଟିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଜଳଜଳ ଦିଶୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.