ଗାଡ଼ି ଧକ୍କାରେ ପରିବା ବିକାଳିଙ୍କ ମୃତ୍ୟୁ
ଓମଫେଡ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଶୁକଦେବ ବସ୍ତିଆ । ବାରଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ଶୁକଦେବ ବସ୍ତିଆ ପରିବା ବେପାର କରି ପରିବାର ପ୍ରତିପୋଷଣ କରନ୍ତି ।

ବାଙ୍କୀ : ଓମଫେଡ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଶୁକଦେବ ବସ୍ତିଆ । ବାରଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ଶୁକଦେବ ବସ୍ତିଆ ପରିବା ବେପାର କରି ପରିବାର ପ୍ରତିପୋଷଣ କରନ୍ତି ।
ଆଜି ପରିବା ବ୍ୟବସାୟ ସାରି ଘରକୁ ସାଇକେଲରେ ଫେରୁଥିବା ବେଳେ ଷଣ୍ଢପୁର ଠାରେ ଓମଫେଡ ଗାଡ଼ି ସହିତ ମୁଁହା ମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଶୁକଦେବଙ୍କ ମୃତ୍ୟୁ ଘଟିଛି। ବାରଙ୍ଗ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।