ରାଜ୍ୟ

ପରିବା ବେପାରୀଙ୍କ ଆନ୍ଦୋଳନ ସ୍ଥଗିତ, ଲକ୍ଷ୍ମୀ ପୂଜା ପୂର୍ବରୁ ଦାବି ପୂରଣ ପାଇଁ ମିଳିଲା ପ୍ରତିଶ୍ରୁତି

ଭୁବନେଶ୍ୱର (କେନ୍ୟୁଜ): ପରିବା ବେପାରୀଙ୍କ ଆନ୍ଦୋଳନ ସ୍ଥଗିତ। ଆସନ୍ତା ୨୦ ତାରିଖରେ ‌ଭୁବନେଶ୍ବରରେ ପରିବା ବ୍ୟବସାୟ ବନ୍ଦ ରଖିବାକୁ ଦେଇଥିବା ଚେତାବନୀରୁ ଓହରି ଯାଇଛି କଞ୍ଚା ପରିବା ବ୍ୟବସାୟୀ ମହାସଂଘ। ମହାସଂଘର କର୍ମକର୍ତ୍ତାମାନେ ବିଏମ୍‌ସି ଅଧିକାରୀଙ୍କ ସହିତ ଆଲୋଚନା ପରେ ଦାବି ପୂରଣ ହେବାର ପ୍ରତିଶ୍ରୁତି ମିଳିଛି। ଏଣୁ ପୂର୍ବ ଆନ୍ଦୋଳନ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି କଞ୍ଚା ପରିବା ମହାସଂଘ ସଭାପତି କବିରାଜ ସ୍ବାଇଁ। ମହାସଂଘ କରିଥିବା ସମସ୍ତ ଦାବି ଲକ୍ଷ୍ମୀ ପୂଜା ପୂର୍ବରୁ ପୂରଣ ହେବ ବୋଲି ବିଏମ୍‌ସି ପ୍ରତିଶ୍ରୁତି ଦେଇଛି । ଖୁବ ଶୀଘ୍ର ବିଏମ୍‌ସି କମିସନର ମଧ୍ୟ ଏନେଇ ଆଲୋଚନା କରିବେ ଓ ଲିଖିତ ପ୍ରତିଶ୍ରୁତି ଦେବ ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ ଏସବିଆଇ କଡ଼ରେ ଥିବା ରାସ୍ତାକୁ ଅବରୋଧ ୟୁନିଟ ୧ ଦୁର୍ଗାପୂଜା କମିଟି ପକ୍ଷରୁ କରାଯାଇଛି ବୋଲି ଅଭିଯୋଗ କରିଛି ମହାଜନ ସଂଘ । ଏହାସହ ଏହି ରାସ୍ତା କଡରେ ଥିବା ପ୍ଲାଷ୍ଟିକ୍ ବଜାରକୁ ଉଛେଦ କରିବା ପାଇଁ ମଧ୍ୟ ଦାବି କରିଥିଲା ସଂଘ । ଏହାଛଡ଼ା ଭଗବାନପୁରରେ ଥିବା ୧୦ ଏକର ଜମି ଯୋଗାଇଦେବାକୁ ସଂଘ ଦାବି କରିଛି ।

ଏଥିସହିତ ୧-ନମ୍ବର ହାଟରେ ୯ ମହାଲା ପରିବର୍ତ୍ତେ ୨ ମହଲା ମାର୍କେଟ ବିଲ୍ଡିଂ ନିର୍ମାଣ, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ୧ନମ୍ବର ହାଟରେ ଥଇଥାନ, ଭଗବାନପୁରୁରୁ ପରିବା ଯାତାୟତ ସମୟସୀମା ଧାର୍ଯ୍ୟ, ଅସ୍ଥାୟୀପ୍ଲାଷ୍ଟିକ୍ ବଜାର ଶୀତବସ୍ତ୍ର ବଜାର ବନ୍ଦ, ବିଭିନ୍ନ ପୂଜା ସମୟରେ ମୂର୍ତ୍ତୀ ବିକ୍ରି ବନ୍ଦ ଭଳି ପ୍ରମୁଖ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା । ଆନ୍ଦୋଳନ ହେଲେ ଏହାର ପ୍ରଭାବ ଭୁବନେଶ୍ୱର ସହର ସମେତ ପୁରୀ,ବ୍ରହ୍ମଗିରୀ,ନିମାପଡ, ଅସ୍ତରଙ୍ଗ, କାକଟପୁର, ଖୋର୍ଦ୍ଧା, ଜଟଣୀ ଉପରେ ମଧ୍ୟ ପଡ଼ିଥାଆନ୍ତା । ଏଭଳି ଅନେକ ଅଭିଯୋଗ କରି ମହାସଂଘ ଆସନ୍ତା ୨୦ ତାରିଖରେ ପରିବା ବ୍ୟବସାୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା।

 

Barsha

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

1 min ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

20 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

36 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

45 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

54 mins ago