ବନ୍ୟା ପରେ ଆକାଶ ଛୁଆଁ ପରିବା ଦର, ଖାଉଟିଙ୍କ ଭିତରେ ଅସନ୍ତୋଷ

କେନ୍ୟୁଜ୍: ବନ୍ୟା ପରେ ଆକାଶ ଛୁଆଁ ପରିବା ଦର। ପ୍ରତି ପରିବା କେଜି ୧୦ରୁ ୨୦ ଟଙ୍କା ଲେଖାଏଁ ବଢିଛି। ଫଳରେ ଖାଉଟିଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ବାଲେଶ୍ୱର ସହରକୁ ମୁଖ୍ୟତଃ ରେମୁଣା ଓ କିସିମିଳା ଅଞ୍ଚଳରୁ ପରିବା ଆସେ। ବୁଢାବଳଙ୍ଗ ଓ ସୋନ ନଦୀରେ ଜଳସ୍ତର ବୃଦ୍ଧି ହେତୁ ତଳିଆ ଅଞ୍ଚଳ ଚାଷ ଜମିରେ ପାଣି ପଶି ପନିପରିବା ନଷ୍ଟ ହୋଇଛି। ଯାହାର ପ୍ରଭାବ ଖାଉଟିଙ୍କ ଉପରେ ପଡିଛି।

ଏପଟେ ବନ୍ୟା ବିପଦ ଟଳି ନଥିବା ବେଳେ ପୁଣି ଭୟ ବଢ଼ାଇଛି ଲଘୁଚାପ । ଉତ୍ତର-ପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୧୨ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତର ରୂପ ନେଇପାରେ େଓ୍ଵଲ ମାର୍କଡ ଲୋ ପ୍ରେସର । ଲଘୁଚାପ ପ୍ରଭାବରେ ଆଜିଠୁ ପୁଣି ବଢିବ ବର୍ଷା । ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତବନୀ ଜାରି ହୋଇଛି । ଆଜି ପାଇଁ ୧୯ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲି ରାଜ୍ୟରେ ଅଧିକ ରହିବ ବର୍ଷାର ପ୍ରଭାବ ।

Leave A Reply

Your email address will not be published.