ପରିବା ବଜାରରେ ନିଆଁ: ପୋଟଳ ୫୦, ବାଇଗଣ ୬୦

ଭୁବନେଶ୍ୱର : ବନ୍ୟା ଯୋଗୁ ଏବେ ପରିବା ବଜାରରେ ଲାଗିଛି ନିଆଁ। ବଢ଼ି ପାଣି ଯୋଗୁ ରାଜଧାନୀରେ ଏବେ ପରିବା ଦର ଆକାଶ ଛୁଆଁ। ଯାହାକୁ ଛୁଇଁବ ସବୁ ୫୦ ଉପରେ।

ଆଜି ହୋଲସେଲ୍‌ ମାର୍କେଟରେ ପୋଟଳ କିଲୋ ପ୍ରତି ୩୦ ଟଙ୍କା ଥିବା ବେଳେ ଖୁଚୁରା ବ୍ୟବସାୟୀ ୫୦ରେ ବିକୁଛନ୍ତି। ସେହିପରି ବାଇଗଣ କିଲୋ ୪୦ ଥିବା ବେଳେ ଖୁଚୁରା ବେପାରୀ ୬୦ରେ ବିକ୍ରି କରୁଛନ୍ତି। ଭୁବନେଶ୍ୱରରେ ସବୁ ପରିବାକୁ ଖୁଚୁରା ବେପାରୀ ୩୦ଟଙ୍କାରୁ ଅଧିକ ଚଢ଼ା ଦରରେ ବିକୁଛନ୍ତି। ଫଳରେ ଗ୍ରାହକ ହନ୍ତସନ୍ତ ହେଉଛନ୍ତି।

ଏବେ ବନ୍ୟା ପାଣି ଜମିଥିବାରୁ ଅନ୍ୟ ଜିଲ୍ଲାରୁ ପରିବା ଆସିପାରୁନାହିଁ। ଯେତିକି ଆସୁଛି ବର୍ଷା ପାଇଁ ଶୀଘ୍ର ପଚି ଯାଉଛି। ଫଳରେ ବେପାରୀ ମନ ଇଚ୍ଛା ଦରଦାମ୍‌ ବଢ଼ାଇ ବିକ୍ରି କରୁଛନ୍ତି। ଅନ୍ୟପଟେ ଧୀରେ ଧୀରେ ସ୍ଥିତି ସୁଧୁରୁଥିବାରୁ ଆଗକୁ ପରିବା ଦର କମିବ ବୋଲି କହିଛନ୍ତି କଞ୍ଚା ପରିବା ସଂଘ ସଭାପତି।

Also Read: ପୁରୀ ବନ୍ୟାଞ୍ଚଳରେ ସୋମବାର ଓ ମଙ୍ଗଳବାର ସ୍କୁଲ ଛୁଟି, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

Leave A Reply

Your email address will not be published.