ଶୀତ କମିଛି, କିନ୍ତୁ ଘନ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଏବେ ସାମୁଦ୍ରିକ ବାୟୁର ପ୍ରବାହ ଜାରି ରହିଛି । ଫଳରେ ଶୀତ କମିଛି। ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଆଜି ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ପ୍ରାୟ ୫୦ ମିଟର ରହିଛି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜିଠାରୁ କୁହୁଡ଼ିର ସାନ୍ଦ୍ରତା କମିବ । କଟକ, ଜଗତ୍ସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିବ ।

ସେହିପରି ରାଜ୍ୟରେ ପାଗ ଶୁଖିଲା ରହିବା ସହ ଖରା ମଧ୍ୟ ଟାଣ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଶୀତ ମଧ୍ୟ ବଢିବାର ସମ୍ଭାବନା ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟଠାରେ ୧୨.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରାଣୀତାଲ୍‌ରେ ୧୨.୫ ଡିଗ୍ରି ଓ ସୁନ୍ଦରଗଡ଼ ୧୩.୦ଡିଗ୍ରି ରେକର୍ଡ ହୋଇଥିଲା । କଟକର ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ଓ ଭୁବନେଶ୍ଵରର ରାତି ତାପମାତ୍ରା ୧୭.୫ ଡିଗ୍ରି ରେକର୍ଡ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.