ହଟିବ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଉପରୁ ପରଦା: ଦୁଇ ପ୍ରଶାସନିକ ଅଧିକାରୀଙ୍କୁ ପଚରାଉଚରା କଲେ ଡିଏସପି

ସୁସ୍ମିତା ମିଞ୍ଜ ରହୁଥିବା ହୋଟେଲ, ହୋଟେଲ କର୍ମଚାରୀ ଓ ମୃତଦେହ ଉଦ୍ଧାର ହୋଇଥିବା ପୋଖରୀ ନିକଟରେ ତଦନ୍ତ କରାଯାଇଛି। ଆଜି ସିଡିପିଓ ଓ ଗରୁଣ୍ଡିଆ ବିଡିଓଙ୍କୁ ଡାକି ପଚରାଉଚରା କରିଛନ୍ତି ତଦନ୍ତକାରୀ ଅଧିକାରୀ ।

ରାଉରକେଲା(କେନ୍ୟୁଜ୍):  ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଉପରୁ ହଟିବ ପରଦା । ଆଜି ଦୁଇ ପ୍ରଶାସନିକ ଅଧିକାରୀଙ୍କୁ ପଚରାଉଚରା କରିଛନ୍ତି ଡିଏସପି ବନିତା ମାଝୀ । ସୁସ୍ମିତା ମିଞ୍ଜ ରହୁଥିବା ହୋଟେଲ, ହୋଟେଲ କର୍ମଚାରୀ ଓ ମୃତଦେହ ଉଦ୍ଧାର ହୋଇଥିବା ପୋଖରୀ ନିକଟରେ ତଦନ୍ତ କରାଯାଇଛି।

ଆଜି ସିଡିପିଓ ଓ ଗରୁଣ୍ଡିଆ ବିଡିଓଙ୍କୁ ଡାକି ପଚରାଉଚରା କରିଛନ୍ତି ତଦନ୍ତକାରୀ ଅଧିକାରୀ । ଏହାସହ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମାରେ ଉଦିତନଗର ASIଙ୍କ କୋୖଣସି ସମ୍ପୃକ୍ତି ନଥିବା ସ୍ପଷ୍ଟ କରିଛନ୍ତି ରାଉରକେଲା ଏସପି। ଗତ ସେପେଟମ୍ବର ୧୯ ତାରିଖରେ ପୋଖରୀରୁ ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର ହୋଇଥିଲା।