ବିଏମ୍ସି କଟକଣାକୁ ବିରୋଧ କରି ରସୁଲଗଡ଼ରେ ପ୍ରତିବାଦ

ଭୁବନେଶ୍ୱର (କେ ନ୍ୟୁଜ୍) : ବିଏମ୍ସି କଟକଣା ଜାରି କରି ନିୟମ ଲାଗୁ କରିଛି କି ସବୁ ଦୋକାନ ଆଗରେ ଦୁଇଟି ଡଷ୍ଟ ବିନ୍ ରହିବ। ଗୋଟିକରେ ଓଦା ଓ ଗୋଟିକରେ ଶୁଖିଲା ପଦାର୍ଥ ପକାଇବେ। ଯିଏ ନିୟମ ଉଲ୍ଲଙ୍ଘନ କରିବ ତାକୁ ଜରିମନା ଦେବାକୁ ପଡ଼ିବ । ତା ସହିତ ପଲିଥିନ୍ ମୁକ୍ତ ପାଇଁ ପ୍ରୟାସ ଅନୁସାରେ ଯେଉଁ ଦୋକାନରୁ ପ୍ଲାଷ୍ଟିକ ପଲିଥିନ୍ ପାଇବେ ଫାଇନ୍ ଲଗାଇବେ ।
ଏଥିପାଇଁ ବିଏମ୍ସି ପକ୍ଷରୁ ଅଜି ରସୁଲଗଡ଼ର କେତକ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ସେମାନଙ୍କ ଠାରୁ ଜରିମନା ମଧ୍ୟ ସଂଗ୍ରହ କରାଯାଇଛି । ଏହାକୁ ନେଇ ସେହି ଅଞ୍ଚଳର ବ୍ୟବସାୟୀମାନେ ବିଏମ୍ସି କର୍ମକର୍ତ୍ତାଙ୍କ ଉପରେ ଗର୍ଜିଥିଲେ। ପ୍ରତିବାଦ କରି ରାସ୍ତାରୋକ କରିଥିଲେ ।