ଝାରସୁଗୁଡ଼ା ସହରରେ ଅଭାବନୀୟ ଦୃଶ୍ୟ : ପରିବା ବିକ୍ରି କରିନପାରି ରାସ୍ତାରେ ପରିବା ଢାଳିଲେ ବେପାରୀ

ଝାରସୁଗୁଡ଼ା : ରାସ୍ତାରେ ପରିବା ଢାଳି ପ୍ରତିବାଦ। ପରିବା ବିକ୍ରି କରିନପାରି ରାସ୍ତାରେ ପରିବା ଢାଳିଲେ ବେପାରୀ। ଝାରସୁଗୁଡ଼ା ସହରରେ ଥିବା ଏକ ମାତ୍ର ବଜାରକୁ ପ୍ରଶାସନ ପକ୍ଷରୁ କରୋନା କଟକଣା ଯୋଗୁଁ ବନ୍ଦ କରିଦିଆଯାଇଛି।

ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଓ ପରିବା ବ୍ୟବସାୟୀ ବିକ୍ରି କରିନପାରି ହଇରାଣ ହେଉଛନ୍ତି। ପ୍ରସାସନ ପକ୍ଷରୁ ସାପ୍ତାହିକ ହାଟ ଓ ଦୈନିକ ହାଟ ବନ୍ଦ କରିଦିଆଯାଇଛି। ଫଳରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ପରିବା ବିକ୍ରି କରିନପାରି ଚାଷୀମାନେ ରାସ୍ତା ଉପରେ ପରିବା ଢାଳି ପ୍ରତିବାଦ କରିଥିଲେ।

Leave A Reply

Your email address will not be published.