ସତ୍ୟନଗର ମଶାଣିରେ ପାଉଁଶ ହୋଇଗଲା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର:  ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଓଲିଉଡ଼ ଜଗତର ଏହି ସୁନାମଧନ୍ୟ କଳାକାର ଜଣଙ୍କୁ ତାଙ୍କ ଜ୍ୱାଇଁ ମୁଖାଗ୍ନି ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱର ସ୍ଥିତ ସତ୍ୟନଗର ମଶାଣିରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଏହା ସହ ପଞ୍ଚଭୂତରେ ଲୀନ ହୋଇଛି ଅଭିନେତା ବିଜୟ ମହାନ୍ତିଙ୍କ ମରଶରୀର । ଶେଷ କୃତ୍ୟ ସମୟରେ ସିନେ ଜଗତର ନାମୀଦାମୀ କଳାକାର, ଟେକନିସିଆନ ମାନେ ଉପସ୍ଥିତ ଥିବା ବେଳେ ଅନେକ ରାଜନେତା, ବିଶିଷ୍ଟ ଲୋକ ମାନେ ମଧ୍ୟ ଯୋଗ ଦେଇଥିଲେ ।

bijaya mohanty

ଗତକାଲି ରାତି ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ହେବା ପରେ ଆଜି ସକାଳେ ତାଙ୍କ ମରଶରୀରକୁ ସହିଦ ନଗର ସ୍ଥିତ ବାସଭବନକୁ ଅଣା ଯାଇଥିଲା । ଶେଷ ଦର୍ଶନରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବା ସହ ପରିବାର ସଦସ୍ୟଙ୍କୁ ମଧ୍ୟ ସମବେଦନା ଜଣାଇଥିଲେ । ବାସଭବନରେ ଅନେକ ଲୋକ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଜୟଙ୍କ ଅକାଳ ବିୟୋଗରେ ପତ୍ନୀ ତନ୍ଦ୍ରା ରାୟ ଓ ଝିଅ ଖୁବ ଭାଙ୍ଗି ପଡିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.