ସୁସ୍ଥ ହେଉଛନ୍ତି ଅଭିନେତା ମିହିର ଦାସ !

ଭୁବନେଶ୍ୱର : ଓଲିଉଡ୍ର ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ । ସେ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି ଏବଂ ସେ ସୁସ୍ଥ ହେଉଛନ୍ତି । କୌଣସି ଗୁରୁତର ସମସ୍ୟା ନାହିଁ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଆସନ୍ତାକାଲି ସୁଦ୍ଧା ମିହିର ଦାସ ହସପିଟାଲରୁ ଡିସଚାର୍ଜ ହେବେ ବୋଲି ମଧ୍ୟ ସୂଚନା ମିଳିଛି ।