ବିଜୟଙ୍କୁ ଦିଆଗଲା ରାଷ୍ଟ୍ରୀୟ ସମ୍ମାନ, କିଛି ସମୟ ଭିତରେ ପଞ୍ଚଭୂତରେ ଲୀନ ହୋଇଯିବେ ଏହି ବର୍ଷିୟାନ୍ ଅଭିନେତା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଉ ବେଶି ବେଳ ବାକି ନାହିଁ । କିଛି ସମୟ ଭିତରେ ପଞ୍ଚଭୂତରେ ଲୀନ ହୋଇଯିବ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର । ଗତକାଲି ତାଙ୍‌କର ପରଲୋକ ହେବା ପରେ ଆଜି ସକାଳୁ ତାଙ୍‌କର ମର ଶରୀରକୁ ସହିଦ ନଗର ସ୍ଥିତ ବାସଭବନକୁ ଅଣା ଯାଇଥିଲା ।

BIJAY-2ସେଠାରେ ଅନେକ ଲୋକ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସିନେ ଜଗତର ଅଧିକାଂଶ କଳାକାର, ଟେକନିସିଆନ ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ । ତେବେ ସେସବୁ ଭିତରେ ପତ୍ନୀ ତନ୍ଦ୍ରା ମହାନ୍ତି ଏବଂ ଝିଅଙ୍କ ଆଖିର ଲୁହ ଅଲଗା ବାରି ହୋଇ ଯାଉଥିଲା । ଶେଷ ଦର୍ଶନରେ ଅଭିନେତ୍ରୀ ପତ୍ନୀ ତନ୍ଦ୍ରା ଖୁବ୍‌ ଭାଙ୍ଗି ପଡ଼ିଥିଲେ ।

BIJAY-1ପରେ ବିଜୟଙ୍କ ପାର୍ଥିବ ଶରୀରକୁ ସଂଗୀତ ମହାବିଦ୍ୟାଳୟ ପରିସରକୁ ନିଆଯାଇଥିଲା । ସେଠାରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ସଂଗୀତ ମହାବିଦ୍ୟାଳୟରୁ ସେ ସତ୍ୟନଗର ଶ୍ମଶାନକୁ ଶେଷ ଯାତ୍ରା କରିବେ ।

TANDRA-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.