ଆଜି ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ଭୁବନେଶ୍ୱର(କେନ୍ୟୁଜ୍): ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ହୋଇଛି। ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ କରାଯିବ। ଭୁବନେଶ୍ୱର ୬ ନମ୍ବର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନୀକ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ହେଉଛନ୍ତି ଜୟନ୍ତୀ ପଟ୍ଟନାୟକ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପୁଅ ଓ ଝିଅ ଉପସ୍ଥିତ ଥିଲେ।

ତାଙ୍କ ବିୟୋଗରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ କର୍ମୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜନୀତି ସହ ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ ଜୟନ୍ତୀ ପଟ୍ଟନାୟକ । ସେ ସୁସାହିତ୍ୟିକା ମଧ୍ୟ। କଟକ ଲୋକସଭା ଆସନରୁ ୨ ଥର ନିର୍ବାଚିତ ହୋଇଥିଲେ ଜୟନ୍ତୀ ପଟ୍ଟନାୟକ। ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା ଥିଲେ ଜୟନ୍ତୀ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲା ଆସିକାରେ ୧୯୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଜୟନ୍ତୀ ପଟ୍ଟନାୟକ।

Leave A Reply

Your email address will not be published.