ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ଦଧିଚି ସାହୁଙ୍କ ୯୯ବର୍ଷ ବୟସରେ ପରଲୋକ

ଯାଜପୁର(କେନ୍ୟୁଜ): ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ଦଧିଚି ସାହୁଙ୍କ ପରଲୋକ। ଯାଜପୁର ଜିଲ୍ଲା ବରୀ ବ୍ଲକ କଳାମାଟିଆ ପଞ୍ଚାୟତ କାଇପଡା ଗ୍ରାମର ସଂଗ୍ରାମୀ ଦଧିଚି ସାହୁ। ମୃତ୍ୟୁ ବେଳକୁ ତାଙ୍କୁ ୯୯ବର୍ଷ ବୟସ ହୋଇଥିଲା। ଦୁଇ ଦୁଇ ଥର ରାଷ୍ଟ୍ରପତି ପୁରସ୍କାର ପାଇଥିଲେ ସଂଗ୍ରାମୀ ଦଧିଚି ସାହୁ।

ବରୀ ଅଞ୍ଚଳର ବୀର ମାଟି କଳାମାଟିଆ ଗୁଳିକାଣ୍ଡର ମୁକ ସାକ୍ଷୀ ଥିଲେ ସଂଗ୍ରାମୀ ଦଧିଚି ସାହୁ। ତାଙ୍କ ବିୟୋଗରେ ସମଗ୍ର ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗଭୀର ଶୋକ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.