ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର(କେନ୍ୟୁଜ) : ଚାଲିଗଲେ ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକ । ଶୁକ୍ରବାର ୮୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ସେ ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ । ଦୀର୍ଘ ୪୦ ବର୍ଷ ଧରି ସଂଗୀତ ଜଗତ ସହ ଜଡ଼ିତ ଥିଲେ । ୧୯୪୦ ଜୁନ ୨ ତାରିଖରେ ସେ ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ତାଙ୍କର ସଂଗୀତ ପ୍ରତି ଶ୍ରଦ୍ଧା ଥିଲା ।

ତାଙ୍କ ସ୍ୱର ସଂଯୋଜନାରେ ଆକାଶବାଣୀରେ ଅନେକ ଗୀତ ବାଜିଛି । ସେ ପରେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ ହୋଇପାରିଥିଲେ । ୧୯୭୭ ରେ ‘ଅଭିମାନ’ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ତା’ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଗୋଟିଏ ପରେ ଗୋଟିଏ ସଂଗୀତ ନିର୍ଦ୍ଦେଶନା ଦେଇ ସେ ସଂଗୀତ ଜଗତରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ତାଙ୍କ ବିୟୋଗରେ ସଂଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.