ପୁର୍ବତନ ଉପ-କୁଳାଧିପତି ଧ୍ରୁବରାଜ ନାଏକ ହତ୍ୟା ମାମଲା, ଅଭଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଝାରସୁଗୁଡା : ପୁର୍ବତନ ଉପ-କୁଳାଧିପତି ଧ୍ରୁବରାଜ ନାଏକ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ ।  ଅଭଯୁକ୍ତ ପ୍ରବୀର ଧୁରୁଆକୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ADJ । ପ୍ରକାଶଥାଉକି, ଗତ ୨୦୨୧ ମେ ୨୭ତାରିଖରେ ପ୍ରବୀର ଧୁରୁଆ ପୁର୍ବତନ ଉପ-କୁଳାଧିପତି ଧ୍ରୁବରାଜ ନାଏକଙ୍କୁ ତାଂକ ବାସଭବନରେ ଏକ ଧାରୁଆ ଟାଙ୍ଗିଆ ସାହାଯ୍ୟରେ ହତ୍ୟା କରିଥିଲା ।  ତେବେ ଏହାକୁ ନେଇ ୨୨ଜଣ ସାକ୍ଷୀ ଓ ୩୨ଟି ଦସ୍ତାବିଜର ତଥ୍ୟ ଆଧାରରେ ଆଜି ଝାରସୁଗୁଡା ADJ ପ୍ରବୀର ଧୁରୁଆକୁ ୩୦୨ ଦଫା ଅନୁଯାଇ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।