ସମାଜସେବୀ ଦେବୀଦତ୍ତ ମହାପାତ୍ରଙ୍କ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ

କାମାକ୍ଷାନଗର : ଏ ଯୁବକଙ୍କ ନାଁ ହେଉଛି ଦେବୀଦତ୍ତ ମାହାପାତ୍ର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଜଣେ ସମାଜସେବୀ ତଥା ପ୍ରୋଗ୍ରାମ ଆରେଞ୍ଜର । ଦେବୀଦତ୍ତଙ୍କ ମୃତ୍ୟୁକୁ ତିନି ସପ୍ତାହ ବିତି ଗଲାଣି l ଯେଉଁ ଭିଡିଓ ଆପଣମାନେ ଦେଖିଲେ ତାହା ମୃତ୍ୟୁ ପୂର୍ବର । ତେବେ ଭିଡିଓଟି ଭାଇରାଲ ହେବା ପରେ ଘଟଣାରେ ନୂଆ ଟ୍ଵିଷ୍ଟ ଆସିଛି । ଦେବୀଦତ୍ତଙ୍କ କହିବା କଥା ବ୍ଲକ କାମର ୫ ଲକ୍ଷ ଟଙ୍କା ବାକିଥିଲା । କାମାକ୍ଷାନଗର ବିଡ଼ିଓ ତାଙ୍କୁ ତାଙ୍କ ଟଙ୍କା ଦେବାକୁ ମନା କରିଦେଲେ । ତେଣୁ ସେ ଭୀଷଣ ମାନସିକ ଚାପରେ ଥିଲେ । ସେ ଆହୁରି କହିଛନ୍ତି ଯେ ଯଦି ତାଙ୍କର କିଛି ହୋଇଯାଏ ତେବେ ସେଥିପାଇଁ ବିଡିଓ ହିଁ ଦାୟୀ ।… ଏହି ଘଟଣାକୁ ନେଇ ଏବେ ଝଡ଼ ଉଠିଛି । ଦେବୀଦତ୍ତଙ୍କ ବାପା କାମାକ୍ଷାନଗର ଥାନାରେ ବିଡ଼ିଓ ଅବିନାଶ ପାଣ୍ଡିଆଙ୍କ ନାଁରେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ୱର ଭରତପୁର ଥାନା ଅଧୀନରେ ଥିବା ଏକ ହୋଟେଲରୁ ଗତ ମାସ ୧୯ ତାରିଖରେ ଦେବୀଦତ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା l ତେବେ ତାଙ୍କ ଭଳି ପିଲା କାହିଁକି ଜୀବନ ହାରିଲେ ବୋଲି ସାରା ସହରରେ ହୋଇଥିଲା ଚର୍ଚ୍ଚା l ମାତ୍ର ମୃତ୍ୟୁର କୋଡିଏ ଦିନ ପରେ ସୋସିଆଲ ମିଡିଆରେ ଦେବୀଦତ୍ତଙ୍କ ଭିଡ଼ିଓ ଭାଇରଲ ହେବାରୁ ଘଟଣା ନେଇଛି ନୂଆ ମୋଡ଼ l ….ତେବେ ବିଡିଓ ଘଟଣା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦେବୀଙ୍କୁ ବ୍ଲକ ତରଫରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଅନେକ ଗୁଡିଏ କାମ ପାଇଁ ତାଙ୍କୁ ଅଗ୍ରୀମ ଦିଆ ଯାଇଥିଲା ବୋଲି ବିଡ଼ିଓ କହିଛନ୍ତି l ତଥାପି ଆଉ ପ୍ରାୟ ୧ ଲକ୍ଷ ୧୦ ହଜାର ଟଙ୍କା ସେ ପାଇବାର ଅଛି । ସରକାରୀ ସ୍ତରରେ ଟଙ୍କା ଆସିଲେ ତାଙ୍କ ପରିବାରକୁ ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ କରି ବିଡିଓଙ୍କୁ ପଚରା ଉଚରା କରିଛି ।

You might also like