ଅଫିସ୍‌ରେ ବସି ମଦ ପିଉଥିଲେ ବନ ଅଧିକାରୀ, ଭାଇରାଲ ହୋଇଗଲା ଭିଡିଓ

କରଞ୍ଜିଆ : ଅଫିସ ଚାମ୍ବରରେ ବସି ମଦ ପିଉଛନ୍ତି ସରକାରୀ ବାବୁ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି। ସେ ତାଙ୍କ ରେଞ୍ଜ ଅଫିସ ଚାମ୍ବର ଭିତରେ ବସି କିଭଳି ଭାବେ ମଦ ପିଉଛନ୍ତି ତାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଗତ କିଛି ଦିନ ହେବ ଏହି ଭିଡ଼ିଓଟି ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ଏ ନେଇ ଅବଶ୍ୟ ଏହି ଅଧିକାରୀଙ୍କର ପ୍ରତିକ୍ରିୟା ମିଳି ନାହିଁ । ସେପଟେ ଅଫିସ ମଧ୍ୟରେ ମଦ ପିଇବା ଘଟଣାର ତଦନ୍ତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି କରଞ୍ଜିଆ ବନଖଣ୍ଡର ଏସିଏଫ୍‌ ଫାଲଗୁନିନି ବେହେରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.