ସୌମ୍ୟଙ୍କ ମାଆଙ୍କ ଆତ୍ମାହୂତି ଚେତାବନୀ, ପୁଣି ଜେରା ପାଇଁ ପାରଳା ଯିବେ ବିଦ୍ୟା

ପାରଳାଖେମୁଣ୍ଡି(କେନ୍ୟୁଜ ଓଡ଼ିଶା): ପାରଳାଖେମୁଣ୍ଡି ଯିବେ ବିଦ୍ୟାଭାରତୀ। ତଦନ୍ତରେ ସହଯୋଗ କରିବା ପାଇଁ ପୁଣି ଥରେ ବିଦ୍ୟାଭାରତୀଙ୍କୁ କରାଯିବ ଜେରା। ଏନେଇ ପୋଲିସ ମଧ୍ୟ ପ୍ରସ୍ତୁତ।

ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ଘଟଣାଠୁ କିପରି ଅଛପା ରହିଲେ ବିଦ୍ୟା, ସେ ନେଇ ପୁୁନର୍ବାର ତଦନ୍ତ କରାଯିବ। ଏହାସହ ସୌମ୍ୟଙ୍କ ସହ ତାଙ୍କର କିଭଳି ସମ୍ପର୍କ ଥିଲା ସେ ନେଇ ମଧ୍ୟ ଯାଞ୍ଚ କରାଯିବ। ଏସମସ୍ତ ପ୍ରଶ୍ନର ଉତ୍ତର ପାଇବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ ଟିମ ।

ଏହାସହ ସୌମ୍ୟଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁନିରପେକ୍ଷ ତଦନ୍ତ ଦାବି କରାଯାଇଛି। ହାଇକୋର୍ଟର ତତ୍ତ୍ୱାବଧାନରେ ଏସଆଇଟି କିମ୍ବା ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଦାବି ଉଠିଛି। ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଦାବିପତ୍ର ଦେଇଛନ୍ତି ମୃତ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର। କେବଳ ଏତିକି ନୁହେଁ ବରଂ ସୌମ୍ୟଙ୍କ ମାଆ ଆତ୍ମାହୂତିର ଚେତାବନୀ ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.