ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଗାଙ୍ଗପୁର ଆରଆଇ ପ୍ରଦୀପ କୁମାର ଗୌଡ଼ ଗିରଫ । ଜମିଜମା ରିପୋର୍ଟ ତହସିଲ ଅଫିସକୁ ପଠାଇବା ପାଇଁ ଲାଞ୍ଚ ନେଉଥିଲେ ।
ଏନେଇ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ଅଭିଯୋଗକାରୀ । ଅଭିଯୋଗ କ୍ରମେ ଭିଜିଲାନ୍ସ ଟିମ୍ ଗାଙ୍ଗପୁରରେ ପହଞ୍ଚିଥିଲା । ଲାଞ୍ଚ ନେଉଥିବା ବେଳେ ଚଢ଼ାଉ କରି ସମ୍ପୃକ୍ତ ଆରଆଇଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ ।
ଏଥିସହ ତାଙ୍କର ଭଂଜନଗର ଜିଲୁଣ୍ଡି ଗାଁ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଥିଲା । ସମ୍ପୃକ୍ତ ଆରଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ ଚଳାଇଛି ଭିଜିଲାନ୍ସ ବିଭାଗ ।