ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାର ASI

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଥୁଆମୂଳ ରାମପୁର ଥାନା ASI ରମେଶ ଚନ୍ଦ୍ର ପଟନାୟକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଥୁଆମୂଳ ରାମପୁର ଥାନା ଲହରାଜର ଗାଁ ର ପବିତ୍ର ନାଏକଙ୍କ ଠାରୁ ଏକ ମଦ କେଶ କୁ ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ ।

ଭବାନୀପାଟଣା ପୁରୁଣା ବସ ଷ୍ଟାଣ୍ଡ ନିକଟ ରେ ପବିତ୍ର ୬ ହଜାର ଟଙ୍କା ଲାଞ୍ଚ ଦେବା ପରେ ପୂର୍ବ ଯୋଜନା ମୁତାବକ କଳାହାଣ୍ଡି ଭିଜିଲାନ୍ସ ଦଳ ଜଗି ରହି ଟଙ୍କା ନେବା ବେଳେ ଧରି ପକେଇ ଥିଲେ । ଏହାସହିତ ରମେଶଙ୍କର କଳାହାଣ୍ଡିରେ ଥିବା ୩ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.