କୁକୁଡା ଫାର୍ମ କ୍ଷତି ପୂରଣ ପାଇବା ପାଇଁ ନେଉଥିଲେ ୨୫ ହଜାର ଟଙ୍କା,ଭିଜିଲାନ୍ସ ହାତରେ ଗିରଫ ହେଲେ ପିପିଲି ପ୍ରାଣୀ ଚକିତ୍ସାଧିକାରୀ

ପିପିଲି(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ପିପିଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ସୁରେଶ ଚନ୍ଦ୍ର ବେହେରା । ଫନି ବତ୍ୟାରେ  କୁକୁଡା ଫାର୍ମ କ୍ଷତିପୂରଣ ସହାୟତା  ପାଇଁ ଦୁଇଜଣ ବ୍ୟକ୍ତିଙ୍କ ଠାରୁ ୭୦ ହଜାର ଟଙ୍କା ଲାଞ୍ଜ ଦାବି କରିଥିଲେ। ଏହାକୁ ନେଇ ସୁରେଶ ଖଟ୍ଟୋଇ ଓ ଭାସ୍କର ଖଟ୍ଟୋଇ ଭିଜିଲାନ୍ସ ରେ ଅଭିଯୋଗ  କରିଥିଲେ।

ଅଭିଯୋଗ ପାଇ ଭିଜିଲାନ୍ସ ଟିମ୍ ସୁରେଶ  ବେହେରାଙ୍କୁ  ଧରିବାକୁ ସ୍ବତନ୍ତ୍ର କୌଶଳ ଆପଣାଇଥିଲେ। ଦାବି ମୁତାବକ ଅଭିଯୋଗକାରୀଙ୍କ ଠାରୁ ୨୫ ହଜାର ଟଙ୍କା ଗ୍ରହଣ କରୁଥିବା  ବେଳେ ଭିଜିଲାନ୍ସର ଟିମ୍ ରେଡ଼ ହାଣ୍ଡେଡ୍ ଧରିଥିଲା। ଏବେ ଶ୍ରୀଯୁକ୍ତ ବେହେରାଙ୍କୁ ଗିରଫ କରାଯାଇ ଆସନ୍ତା କାଲି  ତାଙ୍କୁ କୋର୍ଟ ଚାଲଣ  କରାଯିବ ବୋଲି ଭିଜିଲାନ୍ସ ବିଭାଗ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.