ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୟୂରଭଞ୍ଜ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ

ମୟୂରଭଞ୍ଜ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । ବକେୟା ବିଲ୍‌ କରେଇଦେବା ବାବଦକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ । ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା । ସପ୍ତମ ବେତନ କମିଶନର ବାକିଆ ୨୦ ପ୍ରତିଶତ ଏରିଅର ବିଲ୍‌ କରେଇଦେବା ବାବଦକୁ ସ୍ୱାସ୍ଥ୍ୟ କେନ୍ଦ୍ରର ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ଗୋପୀନାଥ ହେମ୍ବ୍ରମଙ୍କୁ ଲାଞ୍ଚ ମାଗିଥିଲେ ।

ପୂର୍ବରୁ ୧୦ ହଜାର ଟଙ୍କା ନେଇଥିବା ବେଳେ ଆଜି ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବରୁ ମଧ୍ୟ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ବାରମ୍ବାର ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନେତୃତ୍ୱରେ ମୟୂରଭଞ୍ଜ ଏଏସପି ଓ ଡିଏସପି କିରାଣୀଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢାଉ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.