ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଳକରେ ଓମ୍ବାଡ଼ସି ଫଣ୍ଡ ଅନିୟମିତତା ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ । ଗିରଫ ଦୁଇଜଣ ହେଲେ ବାରିପଦାର ଦିବ୍ୟଲୋଚନ ଦାସ ଓ ମନୋଜ କୁମାର ଦେଓ । ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣ ଫେରାର ଥିଲେ ।
୨୦୨୧-୨୨ରେ ଶୁଳିଆପଦା ବ୍ଳକରୁ କୋଟିଏ ୧୯ ଲକ୍ଷ ଟଙ୍କା ଓମ୍ବାଡ଼ସି ଫଣ୍ଡ ଅନିୟମିତତା ଅଭିଯୋଗରେ ଅଗଷ୍ଟ ୧୪ରେ ନୀଳଗିରି ଡେପୁଟୀ କଲେକ୍ଟର ତଥା ପୂର୍ବତନ ଶୁଳିଆପଦା ବିଡିଓ ପରିକ୍ଷିତ୍ ଜେନା, ଆକାଉଣ୍ଟାଣ୍ଟ, ଏବଂ ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଗିରଫଙ୍କ ସଂଖ୍ୟା ୬କୁ ପହଞ୍ଚିଛି ।