ଅଙ୍ଗନବାଡି ସୁପରଭାଇଜରଙ୍କୁ ଗିରଫ କଲା ଭିଜିଲାନ୍ସ, ୫୦ ହଜାର ଟଙ୍କା ଲାଞ୍ଚନେଉଥିଲେ

କଟକ : ଲାଞ୍ଚୁଆ ଅଙ୍ଗନବାଡି ସୁପରଭାଇଜରଙ୍କୁ ଗିରଫ କଲା ଭିଜିଲାନ୍ସ । ୫୦ ହଜାର ଟଙ୍କା ଲାଞ୍ଚନେବା ବେଳେ ଧରିଥିଲା ଭିଜିଲାନ୍ସ । ନୂଆ ଅଙ୍ଗନବାଡି କର୍ମୀଙ୍କ ନିଯୁକ୍ତି ପାଇଁ ଟଙ୍କା ଲାଞ୍ଚ ମାଗିଥିଲେ କୋରାପୁଟ ଲକ୍ଷ୍ମୀପୁର ବ୍ଲକ ସୁପରଭାଇଜର ରେଣୁକା ପଟ୍ଟନାୟକ। ସେ ଯେଉଁ ଅଙ୍ଗନବାଡି କର୍ମୀଙ୍କ ଠାରୁ ଲାଞ୍ଚ ମାଗିଥିଲେ ସେ ନିକଟରେ ନିଯୁକ୍ତି ପାଇଥିଲେ । ନିଯୁକ୍ତି ପରଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗି ଆସୁଥିଲେ ରେଣୁକା । ତେବେ ଆଜି ଲାଞ୍ଚ ନେବାବେଳେ ମାଡି ବସିଥିଲା ଭିଜିଲାନ୍ସ। ରେଣୁକା ପଟ୍ଟନାୟକଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି ।