ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ

ଜୟପୁର : ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।  ବିଶ୍ବନାଥଙ୍କର ଦୁଇଟି କୋଠା ଓ ୧୮ଟି ପ୍ଲଟ ରହିଛି ।  ଜୟପୁର ଟାଉନରେ ରହିଛି ଦେଢ କୋଟି ଟଙ୍କାର ଏକ ୩ ମହଲା ବିଲ୍ଡିଂ ।

୧ କୋଟି ଟଙ୍କା ବ୍ୟାଙ୍କ ଜମା ରହିଛି । ଏହାସହ ୮୫୪ ଗ୍ରାମ ସୁନା ଓ ୧୮ଶହ ଗ୍ରାମର ରୁପା ଜବତ କରିଛି ଭିଜିଲାନ୍ସ ।  ୨୦୧୧ରେ ଆଡହକ୍ ଆସିଷ୍ଟାଣ୍ଟ ଇଞ୍ଜନିୟର ଭାବେ ଯୋଗଦେଇଥିଲେ ବିଶ୍ବନାଥ । ସେତେବେଳେ ଦରମା ଥିଲା ୧୪ ହଜାର ଟଙ୍କା ।

୨୦୧୬ରେ ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଆଡହକ୍ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଯୋଗଦେଇଥିଲେ। ମାତ୍ର ୮ବର୍ଷର ନିୟମିତ ଚାକିରୀରେ ଅମାପ ସମ୍ପତ୍ତିର ମାଲିକ ହୋଇଛନ୍ତି ବିଶ୍ବନାଥ।