ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀ ଗିରଫ, ଠାବ ହେଲା ୧୯ ପ୍ଲଟ

ସୁବର୍ଣ୍ଣପୁର: ବନ୍ଧା ହେଲେ ସୁବର୍ଣ୍ଣପୁର CSO । ଖାଦ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆ ୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି ସୁରେଶ ପାଣିଗ୍ରାହୀଙ୍କୁ କରାଯିବ କୋର୍ଟ ଚାଲାଣ । କୋଟିପତି ସିଏସଓଙ୍କର ୨ କୋଠା, ୧୯ ପ୍ଲଟ ଠାବ କରାଯାଇଛି । ବରଗଡ଼ ବିଜେପୁରରେ ରହିଛି ୪ ଏକରର ଫାର୍ମ । ଫାର୍ମରେ ରହିଛି ୫ ଶହଟି ଶାଗୁଆନ ଗଛ । ଚଢ଼ାଉ ବେଳେ ମିଳିଲା ନଗଦ ୧ ଲକ୍ଷ ୪୯ ହଜାର ଟଙ୍କା ଓ ୧ କୋଟି ୭୨ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଠାବ ହୋଇଛି । ବ୍ୟାଙ୍କ ଲକର, କାର୍ ଓ ୨ଟି ଦାମୀ ବାଇକ୍ ଠାବ ହୋଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋନପୁର ସ୍ଥିତ ଭଡାଘର ଓ କାର୍ଯ୍ୟଳୟ ସମେତ ଭୂବନେଶ୍ୱର, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବରଗଡ଼ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଳମ୍ବିତ ରାତିରୁ ଚଢ଼ାଉ ଚାଲିଥିଲା । ଏକକାଳୀନ ୧୧ ଟି ସ୍ଥାନରେ ଚାଲିଥିଲା ଚଢ଼ାଉ।

 

You might also like