ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଏୟାର ଆମ୍ବୁଲାନ୍ସରେ ପଠାଯିବ କୋଲକାତା, ସମସ୍ତ ପ୍ରସ୍ତୁତି ଶେଷ

କଟକ: ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଏୟାର ଆମ୍ବୁଲାନ୍ସରେ କରାଯିବ ସ୍ଥାନାନ୍ତର। କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ଯାହାଫଳରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯିବ।

କୋଲକାତାର ଉକ୍ତ ହସ୍ପିଟାଲ୍‌ରୁ ଏକ ୪ ଜଣିଆ ଡାକ୍ତରୀ ଟିମ୍ ଆସି ଓଡିଶାରେ ପହଞ୍ଚି ସାରିଛନ୍ତି। ଇକ୍‌ମୋ ଓ କ୍ରିଟିକାଲ୍ କେୟାରର ଦୁଇଟି ଟିମ୍ ଆସିଛନ୍ତି। ଦେବାଶିଷଙ୍କୁ ଏଠାରୁ ଇକ୍‌ମୋ ସପୋର୍ଟରେ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି।

ସୂଚନା ଥାଉକି, ଦେବାଶିଷଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ କୌଣସି ଉନ୍ନତି ନଆସିବାରୁ ଇକ୍‌ମୋ ଚିକିତ୍ସା ଯୋଗାଇ ଦେବା ପାଇଁ ତାଙ୍କୁ କୋଲକାତା ପଠାଇବାକୁ ନିଷ୍ପତ୍ତି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.