ଧରିବା ଲୋକ ଖାଉଥିଲା ଲାଞ୍ଚ, ବାନ୍ଧିଲା ଭିଜିଲାନ୍ସ

କଟକ(କେନ୍ୟୁଜ୍):ଭିଜିଲାନ୍‌ସ ଜାଲରେ ଲେଡି ଭିଜିଲାନ୍‌ସ ଇନ୍‌ସପେକ୍ଟର । ମାମଲାର ଦଫାରଫା ପାଇଁ ମଧ୍ୟସ୍ଥି ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡ ଧରିଛି ଭିଜିଲାନ୍‌ସ ବିଭାଗର ଇଣ୍ଟରନାଲ୍‌ ଭିଜିଲାନ୍‌ସ ୟୁନିଟ୍‌। ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍‌ସ୍ପେକ୍ଟର ମାନସୀ ଜେନା ବରଗଡ଼ର ମୁକେଶ ସାହୁଙ୍କ ଜରିଆରେ ଲାଞ୍ଚ ନେଉଥିଲେ ।

vigilance

ଜଣେ ସରକାରୀ ଅଧିକାରୀଙ୍କ ଏକ ଭିଜିଲାନ୍‌ସ ମାମଲା ବନ୍ଦ କରିବା ପାଇଁ ଏହି ଲାଞ୍ଚ ନିଆଯାଉଥିଲା । ଏହାପରେ ମାନସୀ ଓ ମୁକେଶଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି ରହିଛି । ଭିଜିଲାନ୍‌ସ ଅଧିକାରୀଙ୍କ କାର୍ଯ୍ୟ ଉପରେ ନଜର ରଖିବାକୁ ଭିଜିଲାନ୍‌ସ ନିର୍ଦ୍ଦେଶାଳୟ ଅଧିନରେ ସ୍ୱତନ୍ତ୍ର ଇଣ୍ଟରନାଲ ଭିଜିଲାନ୍‌ସ ୟୁନିଟ୍‌ କାର୍ଯ୍ୟ କରୁଛି। ଯଦି କେହି ଦୁର୍ନୀତି ଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ଭିଜିଲାନ୍‌ସ ନିର୍ଦ୍ଦେଶକ କହିଛନ୍ତି।

 

Leave A Reply

Your email address will not be published.