ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ: ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ତାଳଚେର (କେନ୍ୟୁଜ): ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ତାଳଚେର RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ । କଣିହାଁ ଅଞ୍ଚଳର ଜଣେ ଠିକାଦାରଙ୍କର ବକେୟା ବିଲ୍‌ ପାସ୍‌ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ । ତାଳଚେର, ଭୁବନେଶ୍ୱର, କଳିଙ୍ଗ ବିହାର ଓ ନୟାଗଡର ଭାପୁରରେ ଏକକାଳୀନ ଚଢାଉ ଚାଲିଛି ।

କଳିଙ୍ଗ ବିହାରରେ ଥିବା ୩ ମହଲା ବିଶିଷ୍ଟ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି । ଡିଏସ୍‌ପି ବିଜୟକୁମାର ଓରାମଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ୍‌ ଆସିଛି । ହେଲେ ଘରେ ତାଲା ପଡିଥିବା ଦେଖିବାକୁ ମିଳିଛି । ଆଜି ଠିକାଦାରଙ୍କଠାରୁ ନିଜ ଅଫିସରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଢେଙ୍କାନାଳ, କଟକ ଓ ଅନୁଗୁଳର ଆଠ ଜଣିଆ ଟିମ୍‌ ତାଙ୍କୁ କାବୁ କରି ଗିରଫ କରିଛି ।

 

 

Leave A Reply

Your email address will not be published.