ବନ୍ୟପ୍ରାଣୀ ଡିଭିଜନର ACFଙ୍କ ଘରେ ଭିଜିଲାନ୍ସ, ନଗଦ ୧୪ ଲକ୍ଷ ୫୦ ହଜାର ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେବତୀ ରମଣ ଜୋଶୀଙ୍କ ଘରେ ଭିଜିଲାନ୍ସ ଚଢଉ ଚାଲିଛି । ଏସିଏଫଙ୍କ ୧୪ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।  ସମ୍ବଲପୁର ଓ ବରଗଡରେ ଏକକାଳୀନ ୯ ସ୍ଥାନରେ ରେଡ ଚାଲିଛି। ଚଢାଉରେ ୩ ଡିଏସପି, ୧୦ ଜଣ ଇନିପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ତାଙ୍କ ସରକାରୀ ବାସ ଭବନ, କାର୍ଯ୍ଯାଳୟ, ଅଇଁଠାପାଲି ଘର, ଚର୍ଚ୍ଚ ଛକ ଘର, ଫାର୍ମ ରୋଡ ଆପଟମେଣ୍ଟ, ସମ୍ବଲପୁର ମାଲିପାଲି ଘର ସମେତ ଅନ୍ଯ ସ୍ଥାନରେ ଚାଲିଛି ଚଢାଉ । ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ । ଅନ୍ୟପଟେ ଏହି ଚଢ଼ାଉକୁ ବେଆଇନ କହିଛନ୍ତି ଏସିଏଫ୍ । ସେ ସବୁ କିଛି ସ୍ବଛ ଭାବେ କିଣିଥିବା କହିଛନ୍ତି। ଶତ୍ରୁମାନେ ତାଙ୍କୁ ଫସାଇ ଦେଇଥିବା ଅଭିଯୋଗ କରିଛ ନ୍ତି।