ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ
ଜୟପୁର: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜୟପୁର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ୍ । ଜୟପୁର ଘର ଓ ପୌର କାର୍ଯ୍ୟାଳୟ, ଆସ୍କା ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । ଜୟପୁର ପୌରପାଳିକାର ଯନ୍ତ୍ରୀ ଦାୟିତ୍ବରେ ବି ଅଛନ୍ତି ବିଶ୍ବନାଥ । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଏହି ଚଢ଼ାଉ ।
ବିଶ୍ବନାଥଙ୍କ ଜୟପୁରରେ ରହିଛି ତିନି ମହଲା ଘର । ଗଞ୍ଜାମ ବେଲଗୁଣ୍ଠାରେ ରହିଛି ଦୁଇ ମହଲା ଘର । ଜୟପୁର ବ୍ଲକ ଅଫିସ , ଜୟପୁର ମ୍ୟୁନିସପାଲିଟ କାର୍ଯ୍ୟାଳୟ,ଜୟପୁର ଡିଆଇଇଟିରେ ଚାକିରୀ କରିଥିବା ପତ୍ନୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଚାଲିଛି । ଭୁବନେଶ୍ୱର ପଟିଆ ନୀଳାଦ୍ରିବିହାରର ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ କରୁଛି ଭିଜିଲାନ୍ସ । ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡ଼ିଏସପି, ୮ ଜଣ ଇନିସ୍ପେକ୍ଟର, ୬ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି ।