ବାଲିଗୁଡ଼ା ସମବାୟ ନିରୀକ୍ଷକଙ୍କ କାର୍ଯ୍ଯାଳୟରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର (କେନ୍ଯୁଜ୍) : ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ସହକାରୀ ସମବାୟ ନିବନ୍ଧକ କାର୍ଯ୍ଯଳୟର ସମବାୟ ନିରୀକ୍ଷକ। ଜଣେ ବ୍ଯକ୍ତିଙ୍କ ନିକଟରୁ ଆଜି ଦୋକାନ ଘରର ନବୀକରଣ ପାଇଁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ସମବାୟ ନିରୀକ୍ଷକ ଶିତେଷ ରଞ୍ଜନ ଦାସ ରାଇକିଆ ବ୍ଳକର ବସନ୍ତ କୁମାର ବେହେରାଙ୍କୁ ଦୋକାନ ଘର ନବୀକରଣ କରିବା ପାଇଁ ଟଙ୍କା ଦାବିକରିଥିଲେ।

ଟଙ୍କା ନଦେଲେ ନବୀକରଣ କାର୍ଯ୍ଯ ହୋଇପାରିବ ନାହିଁ କହିବାରୁ ଆଜି ବସନ୍ତ ବେହେରା ବାଲିଗୁଡ଼ା ଆସିଥିଲେ। ସେ ଆଜି ସମବାୟ କାର୍ଯ୍ଯଳୟକୁ ଆସି ତାଙ୍କ ଚାମ୍ବରରେ ୧୫ହଜାର ଟଙ୍କାର ଲାଞ୍ଚ ଦେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। କାର୍ଯ୍ଯଳୟର ସମସ୍ତ କାଗଜପତ୍ରକୁ ଚଢ଼ାଉ କରିବା ସହ ଶିତେଷଙ୍କ ଭଡ଼ା ଘରେ ମଧ୍ୟ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ତେବେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି।

You might also like