ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ରେଡ; ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି

ବାଲେଶ୍ଵର : ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ। ବାଲେଶ୍ଵର ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କ ସରକାରୀ କ୍ୱାର୍ଟର୍ସରେ ଭିଜିଲାନ୍ସ ରେଡ କରିଛି । ସେ ଦୀର୍ଘ ବର୍ଷ ହେବ ବାଲେଶ୍ଵରରେ ଅଧିକ୍ଷଣ ଯନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ସରକାରୀ କ୍ୱାର୍ଟର୍ସରେ ୯ ଜଣିଆ ଟିମ୍ ଚଢାଉ ଜାରି ରଖିଛି । ସେହିପରି ଜଳେଶ୍ଵର ପୈତୃକ ବାସଭବନ ସମେତ ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ ଜାରି ରଖିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରୁଛି ।

ସେହିପରି ଗତକାଲି ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସରକାରୀ ଗାଡ଼ିରେ ୫ଲକ୍ଷରୁ ଅଧିକ ଲାଞ୍ଚ ଟଙ୍କା ଧରି ଫେରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପାଇଥିଲା ଭିଜିଲାନ୍ସର । ଭବାନୀପାଟଣାରୁ ପୈତୃକ ଘର କୋରାପୁଟ ଯାଉଥିବା ବେଳେ ଭବାନୀପାଟଣା- ଜୁନାଗଡ଼ ମଧ୍ୟରେ ଜାରିଙ୍ଗ ଠାରେ ତାଙ୍କୁ ଅଟକାଇଥିଲା ଭିଜିଲାନ୍ସ । ଗାଡ଼ି ମଧ୍ୟରୁ ୫ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ପଚରାଉଚରା ପରେ ଏତେ ପରିମାଣର ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଅକ୍ଷମିତା । ଏହା ସହ ତାଙ୍କ କୋରାପୁଟ ଓ କଳାହାଣ୍ଡି ଘରେ ଚଢଉ କରାଯାଇଛି।ପୂର୍ବରୁ କୋଷାଗୁମୁଡ଼ାରେ କାର୍ଯ୍ୟରତ ଥିବା ବେଳେ କୋଭିଡ ସମୟର ସରକାରୀ ଅର୍ଥ ହେରଫେର ନେଇ ସେ ନିଲମ୍ବିତ ହୋଇଥିଲେ।

 

You might also like