ଭିଜିଲାନ୍ସ ଜାଲରେ ଭଦ୍ରକ ଡିଆରଡିଏ ପ୍ରୋଗ୍ରାମ ଅଫିସର

ଭଦ୍ରକ(କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ଭଦ୍ରକ ଡିଆରଡିଏ ପ୍ରୋଗ୍ରାମ ଅଫିସର ସନ୍ଦୀପ ମହାନ୍ତି । ତାଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍‌ କରାଯାଇଛି। ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବାର ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବାଲେଶ୍ୱର ଝଚଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ୍‌ ରେଡ୍‌ କରିଛି। ଭଦ୍ରକ ସ୍ଥିତ ବାସଭବନ, କୁଆଁସ ସ୍ଥିତ ତାଙ୍କ ଶ୍ୱଶୁର ଘର ଏବଂ କାର୍ଯ୍ଯାଳୟରେ ଚଢାଉ କରାଯାଇଛି। ଭୁବନେଶ୍ୱର ଏବଂ ପୁରୀରେ ଥିବା ତାଙ୍କ ଘର ଉପରେ ମଧ୍ୟ ଭିଜିଲାନ୍ସ ବିଭାଗ ରେଡ୍‌ କରିଛି। ୨୩ଟି ପାସବୁକ୍‌ ଓ ୧୭ଟି ଏଲ୍‌ଆଇସି ବଣ୍ଡ୍‌ ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.