ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମାହାଙ୍ଗା (କେନ୍ୟୁଜ୍) : ପୋଲିସ ହାଉସିଂ ବୋର୍ଡ ଡେପୁଟି ମ୍ୟାନେଜର୍ଙ୍କ ଘରେ ଭିଜିଲାନ୍ସ ରେଡ୍ । ଡେପୁଟି ମ୍ୟାନେଜର ମଙ୍ଗୁଳି ଚରଣ ବେହେରାଙ୍କ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ଓଥକା ଗ୍ରାମର ପୈତୃକ ବାସ ଭବନ ଉପରେ ଚଢ଼ାଉ ହୋଇଛି । ଭୁବନେଶ୍ବର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏହି ଚଢାଉ କରାଯଇଛି l ଶ୍ରୀ ବେହେରା ପୁଲିସ ହାଉସିଂ ବୋର୍ଡରେ ଭବାନୀ ପାଟଣା ଠାରେ କାର୍ଯ୍ୟରତ ଥିଲେ l ତାଙ୍କ ନାମରେ ଭୁବନେଶ୍ବର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ମିସ୍ କେଶ୍ ଦାୟର୍ ହୋଇଥିଲା l ଏହାପରେ ଆଜି ଭୁବନେଶ୍ବର ଦୁର୍ନୀତି ନିବାରଣ ବିଭାଗ ର ୫ ଜଣିଆ ଟିମ୍ ତାଙ୍କ ଘରେ ଚଢ଼ାଉ କରିଥିଲା l