ରାୟଗଡ଼ା : ଶିକ୍ଷକ ବି ପଡ଼ିଗଲେ ଭିଜିଲାନ୍ସ ହାବୁଡ଼ରେ, ପାଞ୍ଚ ପାଞ୍ଚଟି କୋଠ ଘରର ମାଲିକ

ରାୟଗଡ଼ା (କେନ୍ୟୁଜ୍‌) : ଶିକ୍ଷକଙ୍କ ଘରୁ ମିଳିଲା ନଗଦ ୨ ଲକ୍ଷ ୮୮ ହଜାର ଟଙ୍କା। ଆୟ ବହିଭ୍ରୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ରାୟଗଡା ଜିଲା ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ସେମିଳିଙ୍କ ଚାଲିଛି ଆୟ ଯାଞ୍ଚ। ୪ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ସାର୍‌ଙ୍କର ରାୟଗଡା ଡୋରାଗୁଡ଼ାରେ ରହିଛି ଦୁଇଟି ତିନି ମହଲା ଘର ଓ ତିନିଟି ଦୁଇ ମହଲା ଘର। ୨୧ ଲକ୍ଷ ୬୮ ହଜାର ଟଙ୍କାର ବ୍ୟାଙ୍କ ଜମା। ଗୋଟିଏ ଇନୋଭା ଓ ଅନ୍ୟ ଏକ ବୋଲେରୋ ଗାଡ଼ି ଥିବା ସୂଚନା ମିଳିଛି । ୪୦୮ ଗ୍ରାମର ସୁନା ଅଳଙ୍କାର ଓ ୨୨୯ ଗ୍ରାମର ରୁପା ଅଳଙ୍କାର। ଭିଜିଲାନ୍ସର ୪ଟି ଟିମ ଚଢ଼ାଉରେ ସାମିଲ। ଚଢ଼ାଉରେ ଅଛନ୍ତି ୪ ଡ଼ିଏସପି ଓ ୫ ଇନିସ୍ପେକ୍ଟର।

VIGILANCE-2