ହାବିଲଦାର ଘରେ ଭିଜିଲାନ୍ସ ଚଢାଉ : ୬୦ ଲକ୍ଷ ଟଙ୍କାର ସୁନାଗହଣା ଜବତ

କେନ୍ଦ୍ରାପଡ଼ା : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପୋଲିସ ହାବିଲଦାରଙ୍କ ଘରେ ଭିଜିଲାନ୍ସର ଚଢାଉ। କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗ ପକ୍ଷରୁ ୮ ଜଣିଆ ଟିମ ହାବିଲଦାରଙ୍କ ଘରେ ଚଢାଉ କରିଛି। ଏହାସହ ତାଙ୍କ ଶ୍ୱଶୁରଘର ଉପରେ ମଧ୍ୟ ଚଢାଉ କରିଛି। କେନ୍ଦ୍ରାପଡ଼ା ରିଜର୍ଭ ପୋଲିସରେ କାର୍ୟ୍ୟରତ ହାବିଲଦାର ତ୍ରିଲୋକ୍ୟନାଥ ଜେନାଙ୍କ ନାଁରେ ଆର୍ୟବର୍ହିଭୁତ ସଂପର୍ତ୍ତି ଠୁଳ କରିବା ଅଭିଯୋଗ ହୋଇଥିଲା । ଏନେଇ ତାଙ୍କର ଶ୍ୟାମସୁନ୍ଦରପୁର ସ୍ଥିତ ବାସଭବନ ଓ ବରୋହିଲସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍ସ ଚଢାଉ କରିଛି। ଚଢାଉ ବେଳେ ୬୦ ଲକ୍ଷ ଟଙ୍କାର ସୁନାଗହଣା ଓ ବ୍ୟାଙ୍କ ଆକାଉଣ୍ଟର ବହୁ ଜରୁରୀ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.