ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍ ବେଳେ ମିଳିଲା ୧୪୪୦ ଗ୍ରାମର ସୁନା ଗହଣା, ବ୍ୟାଜାପ୍ତି ହେବ ସମ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ): ୨୩ଘଣ୍ଟାର ମାରାଥନ୍‌ ରେଡ୍‌। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରୀଙ୍କ ଆୟବହିର୍ଭୁତ ସମ୍ପତ୍ତି ମାମଲାରେ ସରିଛି ଭିଜିଲାନ୍ସ ରେଡ୍‌। ପ୍ରଦୀପଙ୍କ ଘରୁ ପୂର୍ବରୁ ମିଳିଥିବା ସମ୍ପତ୍ତି ସହ ଆଉ ୧ କିଲୋ ୪୪୦ଗ୍ରାମର ସୁନା ଜବତ ହୋଇଛି। ୨୪ଲକ୍ଷ ୨୫ହଜାର ଟଙ୍କାର ଏକ ହାର ମଧ୍ୟ ରହିଛି। ଏହାକୁ ବ୍ୟାଜାପ୍ତି କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ଭିଜିଲାନ୍ସ । ଏହାସହ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ବର୍ଗଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯିବ।

ଚଢଉ ବେଳେ ମିଳିଥିବା କାଗଜପତ୍ରକୁ ଭିଜିଲାନ୍ସ ଅର୍ଥନୈତିକ ଶାଖା ପକ୍ଷରୁ ଯାଞ୍ଚ କରାଯାଉଛି। ଯାଞ୍ଚ ପ୍ରକ୍ରିୟାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କିଙ୍ଗ୍‌ କନସଲଣ୍ଟାଣ୍ଟଙ୍କ ସହାୟତା ନିଆଯାଇଛି। ରେଡ୍‌ ବେଳେ ମିଳିଥିବା ଇଲେକଟ୍ରୋନିକ୍‌ ସାମଗ୍ରୀ ଓ ଅନ୍ୟ କାଗଜପତ୍ରକୁ ଭିଜିଲାନ୍‌ସର ସାଇବର ସେଲ୍‌ ଯାଞ୍ଚ କରିବ। ସାକ୍ଷୀ, ସନ୍ଦିଗ୍ଧ ଓ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିବ।

ସେପଟେ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପଙ୍କ ଓକିଲ। ବିଧାୟକଙ୍କ ବିରୋଧରେ ଆସିଥିବା ୫କୋଟି ୫ଲକ୍ଷରୁ ଉର୍ଦ୍ଧ୍ୱ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗର ପ୍ରମାଣ ଯୋଗାଡ଼ ପାଇଁ ଭିଜିଲାନ୍‌ସ ଚଢଉ ହୋଇଥିବା କହିଛନ୍ତି ଓକିଲ ଅରୂପ ଚାନ୍ଦ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ହୋଇଛି ଚଢଉ। ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଭିଜିଲାନ୍ସ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଭିଜିଲାନ୍‌ସ ରିପୋର୍ଟ ଦେବା ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି କହିଛନ୍ତି ଅରୂପ ଚାନ୍ଦ। ଗତକାଲି ସକାଳ ୭ଟାରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ ରେଡ୍‌ ଚାଲିଥିଲା ବେଳେ ପ୍ରଦୀପ ଓ ତାଙ୍କ ସହଯୋଗୀଙ୍କ ଘର ସମେତ ୧୫ଟି ସ୍ଥାନରେ ଏକକାଳୀନ ରେଡ୍‌ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.