ଭିଜିଲାନ୍ସ ଜାଲରେ କଳାହାଣ୍ଡି ଥୁଆପଦର ଓ ବରଗଡ଼ ତାଲପାଲି ପିଇଓ

କଳାହାଣ୍ଡି : PEOଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଥୁଆପଦର PEO ବାଲେଶ୍ୱର ନାଏକଙ୍କ ଘରେ ଚଢାଉ ଚାଲିଛି। ଭବାନୀପାଟଣାସ୍ଥିତ ଗୋଦାମ ଘର ଓ ଥୁଆପଦାର ପଞ୍ଚାୟତ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ ଚାଲିଛି। ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ନବରଙ୍ଗପୁର ଓ କଳାହାଣ୍ଡି ଭିଜିଲାନ୍‌ସ ଟିମ୍‌ ପକ୍ଷରୁ ରେଡ୍‌ ଚାଲିଛି।

ସେହିପରି  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫଶିଲେ ବରଗଡ଼ ଜିଲ୍ଲା ତାଲପାଲି PEO ପାଣ୍ଡବ ନନ୍ଦ। ସମ୍ବଲପୁର ଭିଜିଲାନ୍ସ SPଙ୍କ ନିର୍ଦ୍ଦେଶରେ PEOଙ୍କ ଘରେ ରେଡ୍‌ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.