ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୭ଟି ସ୍ଥାନରେ ରେଡ୍

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ।  ଭୁବନେଶ୍ବର ଜଳଯୋଗାଣ ଓ ସ୍ବରେଜ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍ । ଖୋର୍ଦ୍ଧା, ଭୁବନେଶ୍ବର ଘର ସମେତ କଟକର ସଂପର୍କୀୟଙ୍କ ଘରେ ରେଡ୍ ।  ଚଢାଉରେ ୭ ଡିଏସପି, ୯ ଇନସ୍ପେକ୍ଟର, ୧୦ ଏଏସଆଇ ସାମିଲ ହୋଇଛନ୍ତି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଭିଜିଲାନ୍ସର ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।

 

ଆହୁରି ପଢ଼ନ୍ତୁ : ଜମି ଦୁର୍ନୀତିରେ ସମ୍ବଲପୁର ସବରେଜିଷ୍ଟ୍ରାରଙ୍କ ସମେତ ୨ ଗିରଫ, ବୁଢାରଜାର ଏକ ଜମି ବିକ୍ରି କରିଥିଲେ