OSRTC ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୭ଟି ସ୍ଥାନରେ ରେଡ୍

କଟକ : OSRTC ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ଜାଗାରେ ରେଡ୍ ।  ଭୁବନେଶ୍ବର ଅଫିସ, ନନ୍ଦନବିହାରରେ ଥିବା ଗୋଟିଏ ଫ୍ଲାଟ, ପଳାଶୁଣୀରେ ୨ଟି ୨ ମହଲା ଘର ଓ ବାରିପଦା ଷ୍ଟେସନ ରୋଡରେ ଚଢ଼ାଉ କରୁଛି ଭିଜିଲାନ୍ସ । ରେଡରେ ୮ଜଣ DSP, ୮ଜଣ ଇନିସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like