ରାଜ୍ୟ

ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ବାଉଁଶ ପୂର୍ଣ୍ଣଜନନରେ ହେରଫେର ନେଇ ୪୦ ଜଣିଆ ଟିମ୍ କରୁଛନ୍ତି ତନାଘନା

ଅନୁଗୁଳ: ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ । ବାଉଁଶ ପୂର୍ଣ୍ଣଜନନରେ ହେରଫେର ନେଇ ଚାଲିଛି ଚଢ଼ାଉ। ଲୋକାଯୁକ୍ତରେ ଏ ନେଇ ହୋଇଥିଲା ଅଭିଯୋଗ । ଦୁଇ ଦିନ ଧରି ପ୍ରାୟ ୪୦ ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଥିବା ସୂଚନା । ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହୋଇଥିବା ଜଙ୍ଗଲ କେଲେଙ୍କାରୀର ଖୋଳତାଡ଼ ଆରମ୍ଭ ହୋଇଛି।

ଚାଳିଶ ଜଣିଆ ଟିମ ଚାରି ଭାଗରେ ବିଭକ୍ତ ହୋଇ ବନ୍ତଳା ରେଞ୍ଜ ନୂଆକ୍ଷେତା ଜଙ୍ଗଲ ଭିତରେ ଖାନ ତଲାସୀ ଆରମ୍ଭ କରିଛନ୍ତି। ଆଜି ଅନୁଗୋଳ ସ୍ଥିତ ସମସ୍ତ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ତିନି ବର୍ଷ ତଳେ ଜଙ୍ଗଲରେ ବାଉଁଶ ପୁନର୍ଜନନ ପାଇଁ କାମ୍ପା ପାଣ୍ଠିରୁ ବନ୍ତଳା ରେଞ୍ଜକୁ ଟଙ୍କା ଦିଆଯାଇଥିଲା। ଏ ଯୋଜନାର ଉଦେଶ୍ୟ ଥିଲା, ବାଉଁଶ ବୁଦାର ବିକାଶ କରାଯିବ। ବାଉଁଶ ବୁଦା ମୂଳରେ ଗାତ ଖୋଳିବା ଠାରୁ ଆରମ୍ଭ କରି ସେଥିରେ ପଥର ଖଞ୍ଜିବା ଆଦି କାମ ମୁଳିଆଙ୍କ ଜରିଆରେ କରିବା ପାଇଁ କୁହ ଯାଇଥିଲା।

କିନ୍ତୁ, କୌଣସି ବାଉଁଶ କାମ ନ କରି ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ମାମଲାର ଶୁଣାଣି କରି ଲୋକଯୁକ୍ତ ଘଟଣାର ତଦନ୍ତ କରିବାକୁ ଅନୁଗୁଳ ଭିଜିଲାନ୍ସ କୁ ନିର୍ଦେଶ ଦେଇଥିଲା। ନିର୍ଦେଶ ମୁତାବକ ଭିଜିଲାନ୍ସ ର ଚାଳିଶ ଜଣିଆ ଟିମ ନୂଆ ଖେତା ଜଙ୍ଗଲ ଓ ବିଭିନ୍ନ କାର୍ଯ୍ୟାଳୟ ରେ ଛାନଭିନ ଆରମ୍ଭ କରିଛି।

Sonalisa

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago