ବିଇଓଙ୍କ ଘରେ ଭିଜିଲାନ୍ସର ରେଡ, ମିଳିଲା ବିଡ଼ା ବିଡ଼ା ନୋଟ୍ ସହିତ ପୁଳାପୁଳା ସୁନା ଗହଣା

ବ୍ରହ୍ମପୁର : ଛତ୍ରପୁର ବ୍ଳକ ଶିକ୍ଷାଧିକାରୀଙ୍କ ଘରେ ବିଡ଼ା ବିଡ଼ା ନୋଟ୍ । ଭିଜିଲାନ୍ସ ରେଡ ବେଳେ ନଗଦ ୬ ଲକ୍ଷ ୫୦ ହଜାର ଟଙ୍କା ଜବତ ।  ଘରୁ ମିଳିଛି ପୁଳାପୁଳା ସୁନା ଗହଣା ଜବତ ।  ତା ସହ ବ୍ୟାଙ୍କ ପାସବୁକ୍ ମଧ୍ୟ ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁରର ବ୍ଳକ୍ ଏଜୁକେସନ ଅଫିସର-BEO ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ।  ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୬ଟି ସ୍ଥାନର ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ । ସୀତାରାମଙ୍କ ୩ଟି ବହୁତଳ କୋଠା ଥିବା ଜଣାଯାଇଛି ।  ବ୍ରହ୍ମପୁର ଖୋଡ଼ାସିଙ୍ଗରେ ୩୫ଶହ ବର୍ଗଫୁଟ ଜମିରେ ତାଙ୍କର ଏକ ଦିମହଲା ବିଲଡିଂ ରହିଛି ।

ସେହିପରି ପୋଲସରାରେ ତାଙ୍କର ଦୁଇଟି କୋଠା ଠାବ ହୋଇଛି । ତାଙ୍କର ଗୋଟିଏ କାର ଓ ଦୁଇଟି ବାଇକ ଥିବା ଚଢ଼ାଉ ବେଳେ ଜଣାଯାଇଛି । ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ଜମାର ଯାଞ୍ଚ କରାଯାଉଛି । ବ୍ରହ୍ମପୁର ରାମକୃଷ୍ଣ ନଗରରେ ଥିବା ଘର, ସଂପର୍କୀୟଙ୍କ ଘର ଓ ଛତ୍ରପୁର ବିଇଓ କାର୍ଯ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ହେଉଛି ।  ଏହି ଚଢ଼ଉରେ ୫ ଜଣ ଡିଏସପି, ୪ ଜଣ ଇନିସପେକ୍ଟର, ୫ ଜଣ ଏଏସଆଇ ସାମିଲ ଅଛନ୍ତି ।