RTI ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ ବିଭାଗ, ଆଜି ଜାରି ହେଲା ନିର୍ଦ୍ଦେଶ

RTI ପରିସରକୁ ଆସିଲା ରାଜ୍ୟ ଭିଜିଲାନ୍ସ ବିଭାଗ । RTIରୁ ଭିଜିଲାନ୍ସକୁ ବାଦ ଦେବା ନେଇ ୨୦୧୬ରେ ଜାରି ହୋଇଥିଲା ବିଜ୍ଞପ୍ତି । ଏହାକୁ ବିରୋଧ କରି ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ସୂଚନା ଅଧିକାର ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବେଦନଶୀଳ ଓ ଗୁପ୍ତ ତଥ୍ୟ ଦେବାକୁ ବାଧ୍ୟ ନୁହେଁ ଭିଜିଲାନ୍ସ ବୋଲି ଯୁକ୍ତି ଅଣା ଯାଇଥିଲା । ଏହାବ୍ୟତୀତ ଅନ୍ୟ ତଥ୍ୟ ଦେଇପାରିବ ଭିଜିଲାନ୍ସ ବିଭାଗ । ଦୁର୍ନୀତି ଓ ମାନବିକ ଅଧିକାର ଭଳି ତଥ୍ୟ ଆରଟିଆଇ ଅନୁଯାୟୀ ତଥ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସରକାର ଆରଟିଆଇ ନେଇ ଦାୟର କରିଥିବା ବିଜ୍ଞପ୍ତିରେ ସ୍ପଷ୍ଟୀକରଣ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିସ୍ତୃତରେ କହିବାକୁ ଗଲେ ୨୦୧୬ ଅଗଷ୍ଟ ୧୧ ତାରିଖରେ ଏ ନେଇ ରାଜ୍ୟ ସରକାର କରିଥିଲେ ବିଜ୍ଞପ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦାୟର ହୋଇଥିଲା ଏହି ବିଜ୍ଞପ୍ତି । ୪ ସପ୍ତାହ ମଧ୍ୟରେ ଏ ସମ୍ପର୍କିତ ସ୍ପଷ୍ଟୀକରଣ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ । ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.