ବରଗଡ଼ରେ କରୋନା ରୋଗୀଙ୍କ ପାଇଁ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ଼ର ଶୁଭାରମ୍ଭ

ବରଗଡ଼ : ବରଗଡ଼ ଜିଲ୍ଲା ବରାହଗୋଡା ବିକାଶ ମଲ୍‌ଟୀ ସ୍ପେଶାଲିଟି ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ବ୍ୟବସ୍ଥା । କରୋନା ରୋଗୀଙ୍କ ପାଇଁ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ଼ର ଶୁଭାରମ୍ଭ । ଇଣ୍ଡିଆନ ଅଏଲ କର୍ପୋରେସନର ସିଏସଆର ଫଣ୍ଡରୁ ୧୧କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନରେ କାର୍ଯ୍ୟକ୍ଷମ ହେବ ହସ୍ପିଟାଲ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମ ଓଡ଼ିଶାରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏହି ହସ୍ପିଟାଲ ସହାୟକ ହେବ। ବରଗଡ଼ର ଦାସରି ବୀର ରାଜୁ ଓ ଗୁନମ୍‌ ରାମଚନ୍ଦ୍ର ରାଓ ମେମୋରିଆଲ ଟ୍ରଷ୍ଟ ସହାୟତାରେ ଏଠାରେ ୭୦ ଆଇସିୟୁ ଭେଣ୍ଟିଲେଟର, ୫୦ ମନିଟର, ୨୦୦ ନମ୍ବର ସିରିଜ ପମ୍ପ ଏବଂ ଆନୁସାଙ୍ଗିକ ବ୍ୟବସ୍ଥା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.