ମନ୍ଦିର ଜାଗା ଜବରଦଖଲ କୁ ନେଇ ଉତ୍ତେଜନା,କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଲେ ଦାବି

ଘୋଡାପଙ୍କା ଗ୍ରାମର କାମିଏଲ୍ ନାୟକ ନାମକ ଜଣେ ବ୍ୟକ୍ତି ଗତ ତିନି ବର୍ଷ ଧରି ଉକ୍ତ ମନ୍ଦିର ଜାଗାକୁ ଜବରଦଖଲ କରି ରଖିବା ସହ ସେଠାରେ ଥିବା ମୂଲ୍ୟବାନ ଶାଳ, ପିଆଶାଳ ଗଛ ସବୁ କାଟି ଦେଇଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ଲୋକେ କିନ୍ତୁ କୌଣସି ସୁଫଳ ନମିଳିବାରୁ ଆଜି ସମସ୍ତ ଗ୍ରାମବାସୀ ଏକ ହୋଇ ପୋଲିସ ଏବଂ ତହସିଲ ପ୍ରଶାସନକୁ ଉକ୍ତ ଜାଗାକୁ ଡକାଇଥିଲେ।

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ଗ୍ରାମର ଭୀମାକାଳୁଆ ମନ୍ଦିର ଜାଗାକୁ ଜଣେ ବ୍ୟକ୍ତି ଜବରଦଖଲ କରିଥିବା ନେଇ ଉତ୍ତେଜନା ଦେଖାଯାଇଛି । ଏହାର ପ୍ରତିବାଦ କରି ଆଜି ଅଡବା ଗ୍ରାମର ମହିଳା ସଙ୍ଘର ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦା ଦୋକାନ ବଜାର ବନ୍ଦ କରିବା ସହ ଜବରଦଖଲ କାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମ୍ପୃକ୍ତ ସ୍ଥାନ ଖାଲି କରିବା ପାଇଁ ଦାବି କରିଥିଲେ।

ସୂଚନା ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଉକ୍ତ ଜାଗା କୁ ନେଇ ଉତ୍ତେଜନା ଦେଖାଯାଇଥିଲା। ଘୋଡାପଙ୍କା ଗ୍ରାମର କାମିଏଲ୍ ନାୟକ ନାମକ ଜଣେ ବ୍ୟକ୍ତି ଗତ ତିନି ବର୍ଷ ଧରି ଉକ୍ତ ମନ୍ଦିର ଜାଗାକୁ ଜବରଦଖଲ କରି ରଖିବା ସହ ସେଠାରେ ଥିବା ମୂଲ୍ୟବାନ ଶାଳ, ପିଆଶାଳ ଗଛ ସବୁ କାଟି ଦେଇଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ଲୋକେ କିନ୍ତୁ କୌଣସି ସୁଫଳ ନମିଳିବାରୁ ଆଜି ସମସ୍ତ ଗ୍ରାମବାସୀ ଏକ ହୋଇ ପୋଲିସ ଏବଂ ତହସିଲ ପ୍ରଶାସନକୁ ଉକ୍ତ ଜାଗାକୁ ଡକାଇଥିଲେ।

ପ୍ରଶାସନ ଉପସ୍ଥିତିରେ କାମିଏଲ୍ ନିର୍ମାଣ କରିଥିବା ଘର ଭଙ୍ଗାଯିବା ସହ ମୋହନା ତହସିଲ ପକ୍ଷରୁ ଉକ୍ତ ସ୍ଥାନରେ ନାଲି ପତାକା ପୋତାଯାଇଛି। ଆସନ୍ତା ଏପ୍ରିଲ 7ତାରିଖ ରେ ଉକ୍ତ ଜାଗା ସମ୍ପର୍କରେ ଶୁଣାଣି ଜ଼ିଲ୍ଲାପାଳଙ୍କ ଦ୍ୱାରା ହେବାପାଇଁ ଥିବାବେଳେ ସେ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ୧୪୪  ଧାରା ଲାଗୁ କରାଯାଇଛି ।

Leave A Reply

Your email address will not be published.